Advertisement
Categories: ଜାତୀୟ

କାନାଡାର ପ୍ରଧାନମନ୍ତ୍ରୀଙ୍କ ନିକଟରେ ଖଲିସ୍ତାନ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୦।୯: ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଦେଶର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି କ୍ରମରେ ରବିବାର ପ୍ରଧାନମନ୍ତ୍ରୀ ମୋଦି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଭେଟିଛନ୍ତି। ଦୁଇ ନେତା ବିଭିନ୍ନ କ୍ଷେତ୍ରରେ ଭାରତ-କାନାଡା ସମ୍ପର୍କର ଉପରେ ଆଲୋଚନା କରିଥିଲେ।
ଏହି ବୈଠକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ଫଳପ୍ରଦ ବୈଠକ ଶେଷ ହୋଇଛି। ବିଭିନ୍ନ କ୍ଷେତ୍ରରେ ଭାରତ-କାନାଡା ସମ୍ପର୍କ ବିଷୟରେ ଆମେ ଆଲୋଚନା କରିଥିଲୁ।
ସୂଚନାନୁସାରେ, ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ଖାଲିସ୍ତାନ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଖଲିସ୍ତାନ ଏବଂ ବୈଦେଶିକ ହସ୍ତକ୍ଷେପ ପ୍ରସଙ୍ଗରେ ଏହି ବୈଠକ ପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି, ଉଭୟ ପ୍ରସଙ୍ଗ ଉଠିଛି। ବର୍ଷ ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆମର ଏହି ଦୁଇଟି ପ୍ରସଙ୍ଗରେ ଅନେକ ବାର୍ତ୍ତାଳାପ ହୋଇଛି। କାନାଡା ସର୍ବଦା ପ୍ରତିଶ୍ରୁତିବଦ୍ଧ ଅଟେ। ଅଭିବ୍ୟକ୍ତିର ସ୍ବାଧୀନତା, ବିବେକ ଏବଂ ଆମେ ଆମର ଅଭିବ୍ୟକ୍ତିର ସ୍ବାଧୀନତା ଏବଂ ଶାନ୍ତିପୂର୍ଣ୍ଣ ବିରୋଧର ସ୍ବାଧୀନତାର ସୁରକ୍ଷା କରିବୁ । ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମୟ ଆସିଛି ଯେ ହିଂସା ବନ୍ଦ କରିବା ଏବଂ ଘୃଣାକୁ ବନ୍ଦ କରିବା ପାଇଁ ସର୍ବଦା ଉପସ୍ଥିତ ରହିବି।
କାନାଡାର ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆମେ ଜାଣୁ ଯେ ବିଶ୍ୱରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୀତି ଅଟେ। ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଲଢିବା ଠାରୁ ଆରମ୍ଭ କରି ଅଭିବୃଦ୍ଧି ତଥା ସମୃଦ୍ଧତା ପର୍ଯ୍ୟନ୍ତ ଭାରତ ଗୁରୁତ୍ୱପୂର୍ଣ୍ଣ। କାନାଡା ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀ।

Share