Categories: ଜାତୀୟ

ଶହୀଦ ଭଗତ ସିଂଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗତ ସିଂଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ, ଶହୀଦ ଭଗତ ସିଂ ସର୍ବଦା ନ୍ୟାୟ ଏବଂ ସ୍ବାଧୀନତା ପାଇଁ ଭାରତର ନିରନ୍ତର ସଂଗ୍ରାମର ପ୍ରତୀକ ହୋଇ ରହିବେ। ପ୍ରଧାନମନ୍ତ୍ରୀ ମୋଦି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି କହିଛନ୍ତି ଯେ, ମୁଁ ତାଙ୍କ ଜନ୍ମ ବାର୍ଷିକୀରେ ଶହୀଦ ଭଗତ ସିଂଙ୍କୁ ମନେପକାଉଛି। ଭାରତର ସ୍ବାଧୀନତା ପାଇଁ ତାଙ୍କର ବଳିଦାନ ଏବଂ ନିରନ୍ତର ଉତ୍ସର୍ଗ ପିଢି ପରେ ପିଢି ପ୍ରେରଣା ଯୋଗାଇବ। ସାହସର ପ୍ରତୀକ ଭାବରେ ସେ ସର୍ବଦା ନ୍ୟାୟ ଏବଂ ସ୍ବାଧୀନତା ପାଇଁ ଭାରତର ନିରନ୍ତର ସଂଗ୍ରାମର ପ୍ରତୀକ ହୋଇ ରହିବେ।

Share