ନୂଆଦିଲ୍ଲ,୧୦।୪:ଭାରତ ଏବଂ ଚାଇନା ମଧ୍ୟରେ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ସମ୍ପର୍କ ଉଭୟ ଦେଶ ତଥା ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦି ଏହି କଥା କହିଛନ୍ତି। କୂଟନୈତିକ ଏବଂ ସାମରିକ ସ୍ତରରେ ଗଠନମୂଳକ ଦ୍ୱିପାକ୍ଷିକ ଯୋଗଦାନର ସାହାଯ୍ୟରେ ଉଭୟ ଦେଶ ସୀମାରେ ଶାନ୍ତି ଫେରାଇ ଆଣି ପାରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଚାଇନା ସହ ସମ୍ପର୍କ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ମୋର ବିଶ୍ୱାସ ଯେ, ଆମର ସୀମାରେ ଦୀର୍ଘ ଦିନ ଧରି ଲାଗି ରହିଥିବା ତିକ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ଆଲୋଚନା ହେବା ଆବଶ୍ୟକ। ଭାରତ ଏବଂ ଚଇନା ମଧ୍ୟରେ ଶାନ୍ତିପୂର୍ଣ୍ଣ ସମ୍ପର୍କ କେବଳ ଉଭୟ ଦେଶ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ। କୂଟନୈତିକ ଏବଂ ସାମରିକ ସ୍ତରରେ ସକରାତ୍ମକ ଯୋଗଦାନର ସାହାଯ୍ୟରେ ଉଭୟ ଦେଶ ନିଜ ସୀମାରେ ଶାନ୍ତି ଫେରାଇ ଆଣି ପାରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।