Categories: ଜାତୀୟ

ମହିଳାଙ୍କଠାରୁ କୁନି ଶିଶୁଙ୍କୁ ନେଇ ଖେଳାଇବାକୁ ଲାଗିଲେ ପ୍ରଧାନମନ୍ତ୍ରୀ ମୋଦି: ଦେଖନ୍ତୁ ଭାଇରାଲ୍‌ ଭିଡିଓ

ଭୋପାଳ,୬।୧୧: ମଧ୍ୟପ୍ରଦେଶର ସିଓନି ଜିଲାରେ ନିର୍ବାଚନ ମଞ୍ଚରେ ବିରୋଧୀ ଦଳମାନଙ୍କୁ ଟାର୍ଗେଟ୍‌ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଭିନ୍ନ ରୂପ ଦେଖିବାକୁ ମିଳିଥିଲା। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ଏକ ଛୋଟ ପିଲାକୁ କୋଳରେ ନେଇ ତାଙ୍କୁ ବହୁତ ଗେହ୍ଲା କରିଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଛୋଟ ପିଲାକୁ ଖେଳାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏକ ନିର୍ବାଚନୀ ରାଲିରେ ସମ୍ବୋଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ସିଓନି ଜିଲାରେ ପହଞ୍ଚିଥିଲେ। ପିଏମ ମୋଦିଙ୍କ ସ୍ନେହରେ ପିଲାଟି ଏତେ ଆକର୍ଷିତ ହୋଇଥିଲା ଯେ, ସେ ତାଙ୍କ କୋଳକୁ ତତ୍‌କ୍ଷଣାତ୍‌ ଯାଇଥିଲା। ମୋଦି ମଧ୍ୟ ପିଲାଟିକୁ ନିଜ କୋଳରେ ନେଇ ଗେହ୍ଲା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୧୦ ମାସର ଶିଶୁକୁ ଆଶୀର୍ବାଦ ଦେଇଛନ୍ତି। ଏହି ଭାଇରାଲ ଭିଡିଓରେ ପିଏମ ମୋଦି ତାଙ୍କ କୋଳରେ ଖେଳାଉଥିବା ଶିଶୁର ନାମ ଅନଭିଟ ରାହଙ୍ଗଦେଲ। ଏହି ଶିଶୁ ସିଓନି ଜିଲା ସଭାପତି ଆଭା ରାହଙ୍ଗଦେଲଙ୍କ ପୁଅ ବୋଲି କୁହାଯାଉଛି।

Share