Categories: ଖେଳ

କୋହଲିଙ୍କଠାରୁ ଏମିତି କଥା ଶୁଣି ଖୁସି ହୋଇଗଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୬।୭: ଟି -୨୦ ବିଶ୍ୱକପ ଟ୍ରଫି ଜିତିବା ପରେ ଟିମ ଇଣ୍ଡିଆର ଖେଳାଳିମାନେ ଭାରତରେ ପହଞ୍ଚିଥିଲେ। ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରାଯାଇଥିଲା। ଏଥିସହ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିଙ୍କୁ ଭେଟିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ରୋହିତ ଶର୍ମା, ବିରାଟ କୋହଲି ଏବଂ ଅନ୍ୟ ଖେଳାଳିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ମୋଦି ବିରାଟ କୋହଲିଙ୍କୁ ପଚାରିଥିଲେ ପୂରା ଟୁର୍ନାମେଣ୍ଟ ଆପଣଙ୍କ ପାଇଁ ଭଲ ନ ଥିଲେ, ତେବେ ଫାଇନାଲକୁ ନେଇ କ’ଣ ଭାବିଥିଲେ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନର ଉତ୍ତରରେ ବିରାଟ କୋହଲି କହିଥିଲେ, ଭଲ କଥା ହେଉଛି ଏଠାରେ ବହୁତ ସମୟ ପାର୍ଥକ୍ୟ ଅଛି, ତେଣୁ ମୁଁ ମୋ ପରିବାର ସହ ଅଧିକ କଥାବାର୍ତ୍ତା କରି ନ ଥିଲି। ମୋ ମା’ ଅତ୍ୟଧିକ ଟେନସନ ନିଅନ୍ତି। ମୁଁ ଯାହା କରିବାକୁ ଚେଷ୍ଟା କରିଥିଲା, ତାହା ଘଥି ନ ଥିଲା। ଯେତେବେଳେ ଜଣେ ଭାବିନେବ ଯେ ମୁଁ ଏହା କରିବି, ତେବେ ସେତେବେଳେ କୌଣସି ସ୍ଥାନରେ ମନରେ ଅହଂକାର ଆସେ। ଅହଂକାରକୁ ଉପରେ ରଖିଲେ ଖେଳ ତୁମଠାରୁ ଦୂରେଇ ଯାଏ। ମ୍ୟାଚର ପରିସ୍ଥିତି ଏପରି ଥିଲା ଯେ ମୋର ଅହଂକାରକୁ ଉପରେ ରଖିବା ପାଇଁ କୌଣସି ସ୍ଥାନ ନ ଥିଲା। ଦଳର ସ୍ବାର୍ଥ ପାଇଁ ଏହାକୁ ପଛରେ ପକାଇବାକୁ ପଡିଲା। ଖେଳକୁ ଯେତେବେଳେ ସମ୍ମାନ ଦେଲି, ସେହି ଦିନ ଖେଳ ମଧ୍ୟ ସମ୍ମାନ ପ୍ରଦାନ ଦେଲା। ଫାଇନାଲ ମ୍ୟାଚରୁ ସାର୍‌ ମୁଁ ଏହି ଅଭିଜ୍ଞତା ପାଇଲି । କୋହଲିଙ୍କୁ ଏହି କଥା ଶୁଣି ପ୍ରଧାନମନ୍ତ୍ରୀ ମୋଦି ଖୁସି ହୋଇଯାଇ ଶୁଭେଚ୍ଛା ଜଣାଇଥିଲେ।
ଟି -୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ଦଳର ଖେଳାଳିମାନେ ଦିଲ୍ଲୀରେ ପହଞ୍ଚିଥିଲେ, ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦି ରୋହିତ ଶର୍ମା, ବିରାଟ କୋହଲି ଏବଂ ଅନ୍ୟ ଖେଳାଳିଙ୍କୁ ଭେଟିଥିଲେ।

Share