ସ୍ବପ୍ନିଲଙ୍କ ସଫଳତା ଦେଖି ଖୁସିରେ ଗଦ୍‌ଗଦ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ ଏମିତି କଥା…

ପ୍ୟାରିସ୍‌,୧।୮: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତୀୟ ଶୁଟର ସ୍ବପି୍ନଲ କୁସାଲେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗୁରୁବାର ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ଥ୍ରୀ ପୋଜିସନ୍‌ରେ ଭାରତ ପାଇଁ ଐତିହାସିକ ବ୍ରୋଞ୍ଜ ପଦକ ଜିତିଛନ୍ତି। କୁସାଲେ ମୋଟ ୪୫୧.୪ ସ୍କୋର କରିଥିଲେ ଏବଂ ତୃତୀୟ ସ୍ଥାନ ଅଧିକାର କରି ଦେଶକୁ ଆଉ ଏକ ପଦକ ଜିତାଇଥିଲେ। ଏହି ଇଭେଣ୍ଟରେ ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକ ପଦକ ପାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଲେଖିଛନ୍ତି। ସେ କହିଛନ୍ତି, ସ୍ବପ୍ନିଲ କୁସାଲେଙ୍କ ଚମତ୍କାର ପ୍ରଦର୍ଶନ ରହିଛି। ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୦ ମିଟର ଥ୍ରୀ ପୋଜିସନ୍‌ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ। ତାଙ୍କର ପ୍ରଦର୍ଶନ ବିଶେଷ, କାରଣ ସେ ଅଧିକ ନମନୀୟତା ଏବଂ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହା ବ୍ୟତୀତ ସେ ହେଉଛନ୍ତି ପ୍ରଥମ ଭାରତୀୟ ଆଥଲେଟ ଯିଏକି ଏହି ବର୍ଗରେ ପଦକ ଜିତିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏଥିରେ ସମସ୍ତ ଭାରତୀୟ ବହୁତ ଖୁସି ଅଛନ୍ତି।

Share