Categories: ଜାତୀୟ

ନାଁ ନ ନେଇ ମହାମେଣ୍ଟ ଉପରେ ବର୍ଷିଲେ ମୋଦି

ମୁଜାଫରପୁର,୨୮ ।୧୦: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର କାର୍ଯ୍ୟରେ ବାହାରିଛନ୍ତି । ପ୍ରଥମେ ମିଥିଳାଞ୍ଚଳ ପରେ ତିରହୁତ ଓ ଏହାପରେ ମୁଜାଫରନଗରରେ ରାଲି କରିଛନ୍ତି ମୋଦି । ଏହିସବୁ ସଭାରେ ଉଦ୍‌ବୋଧନ ଦେବା ବେଳେ ମୋଦି ମହାମେଣ୍ଟଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଏଥର ଯଦି ମହାମେଣ୍ଟ ହାତକୁ ଶାସନ କ୍ଷମତା ଯାଏ ତେବେ ବିହାର ପୁଣିଥରେ ଅପହାରଣ ବଜାର ପାଲଟିଯିବ । ସେ ଆହୁରି ମଧ୍ୟ କହିଛନ୍ତି ପୂର୍ବରୁ ଯେଉଁ ସରକାର ଥିଲେ ସେମାନେ କେବଳ ଟଙ୍କା ଖାଇବା ଜାଣିଥିଲେ । ଏବେ ଯଦି ସେମାନଙ୍କ ହାତକୁ ଶାସନ କ୍ଷମତା ଯାଏ ତେବେ ସରକାରୀ ଚାକିରିତ ଦୂରର କଥା ଘରୋଇ କମ୍ପାନୀ ବି ବିହାର ଛାଡି ପଳାଇବେ ।

Share