Categories: ଜାତୀୟ

ବ୍ରାଜିଲ୍‌କୁ ‘ହାତୁଡି’ ଦେବେ ପ୍ରଧାନମନ୍ତ୍ରୀ ମୋଦି: ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୭।୯: ଭାରତ ଏଥର ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରୁଛି। ନୂଆଦିଲ୍ଲୀରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଠାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ବହୁ ରାଷ୍ଟ୍ର ମୁଖ୍ୟଙ୍କ ଆଗମନ ଆରମ୍ଭ ହୋଇଛି। ଜି-୨୦ ଶିଖର ସମ୍ମିଳନୀରେ କେବଳ ୨୦ଟି ଦେଶର ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହେବ ନାହିଁ, ବରଂ ଭାରତ ନିଜର ଐତିହ୍ୟ ଏବଂ ସଂସ୍କୃତିକୁ ବିଶ୍ୱକୁ ଦେଖାଇବ।
ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲର ପ୍ରତିନିଧୀଙ୍କୁ ଏକ ‘ହାତୁଡି’ ହସ୍ତାନ୍ତର କରିବେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ଏହି ହାତୁଡ଼ିର କାହାଣୀ କ’ଣ ଏବଂ ଏହି ହାତୁଡ଼ିକୁ ବିଶେଷ ଭାବରେ ବ୍ରାଜିଲକୁ କାହିଁକି ଦିଆଯିବ?
ହାତୁଡ଼ିର କାହାଣୀ କ’ଣ?
ପ୍ରତିବର୍ଷ ଜି-୨୦ ଦେଶଗୁଡ଼ିକ ନିଜ ଦେଶରେ ଶିଖର ସମ୍ମିଳନୀ ଆୟୋଜନ କରନ୍ତି। କ୍ରମାନୁସାରେ ଦେଶ ଗୁଡିକ ଆୟୋଜନ ଦାୟିତ୍ୱ ପାଇଥାନ୍ତି। ଗତ ବର୍ଷ ଏହା ଇଣ୍ଡୋନେସିଆର ହାତରେ ଥିଲା ଏବଂ ଏହା ପରେ ଏହା ଭାରତ ପାଖକୁ ଆସିଛି। ଏହି ସ୍ଥାନାନ୍ତର ପାଇଁ ଏକ ହାତୁଡ଼ି ବ୍ୟବହାର କରାଯାଏ। ଆୟୋଜକ ଦେଶର ପ୍ରଧାନମନ୍ତ୍ରୀ ହାତୁଡ଼ିକୁ ଆଗାମୀ ଥର ଜି-୨୦ ସମ୍ମିଳନୀ ଆୟୋଜନ କରିବାକୁ ଥିବା ଦେଶର ପ୍ରତିନିଧୀଙ୍କୁ ହସ୍ତାନ୍ତର କରନ୍ତି।
ଭାରତ ପରେ ବ୍ରାଜିଲ ପରବର୍ତ୍ତୀ ଜି-୨୦ ସମ୍ମିଳନୀ ଆୟୋଜନ କରିବ। ତେଣୁ ଏହି ଜି-୨୦ ଶିଖର ସମ୍ମିଳନୀ ପରେ ବ୍ରାଜିଲ ପ୍ରତିନିଧିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ହାତୁଡି ପ୍ରଦାନ କରିବେ।

Share