Categories: ଜାତୀୟ

ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ସହ ଡିନର୍‌ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୩।୯: ଜି-୨୦ ଶିଖର ସମ୍ମିଳନୀ ଶେଷ ହୋଇଛି। ଏହି ଅବଧି ମଧ୍ୟରେ ଦିଲ୍ଲୀର ପୋଲିସ କର୍ମଚାରୀମାନେ ମଧ୍ୟ ଦିନରାତି କାର୍ଯ୍ୟ କରି ଦିଲ୍ଲୀର ଆଇନ ଶୃଙ୍ଖଳା ତଥା ସୁରକ୍ଷା ସୁନିଶ୍ଚିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୋଲିସ କର୍ମଚାରୀଙ୍କ ସହ ଡିନର୍‌ କରିବେ। ପ୍ରଧାନମନ୍ତ୍ରୀ ମୋଦି ଚଳିତ ସପ୍ତାହରେ ପ୍ରାୟ ୪୫୦ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ସହ ଡିନର୍‌ କରିପାରିବେ। ଏଥିପାଇଁ କନଷ୍ଟେବଳଙ୍କ ଠାରୁ ଇନ୍ସପେକ୍ଟରଙ୍କ ପର୍ଯ୍ୟନ୍ତ ନାମ ଖୋଜା ଯାଇଛି, ଯେଉଁମାନେ ଏହି ଡିନର୍‌ରେ ଯୋଗଦେବେ।
ଭାରତର ରାଜଧାନୀ ନୂଆଦିଲୀରେ ୯-୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ଜି-୨୦ ନେତାଙ୍କ ସମ୍ମିଳନୀର ସଫଳତା ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଅଟେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଭେଟି ଜି-୨୦ ଶିଖର ସମ୍ମିଳନୀର ଅନୁଭୂତି ବିଷୟରେ କହିଥିଲେ।

Share