ଭୁବନେଶ୍ୱରରେ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’୧୦ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ଶୋ’ କରିବେ । ସା ୬ଟାରୁ ଏହି ରୋଡ ଶୋ’ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ମାଷ୍ଟରକ୍ୟାଣ୍ଟିନଛକ ଠାରୁ ରୋଡ ଶୋ’ ଆରମ୍ଭ ହୋଇ ବାଣୀବିହାର ଛକ ପର୍ଯ୍ୟନ୍ତ ଆସିବ। ଏହି ରୋଡ ଶୋ’ରେ ଜନସାଧାରଣଙ୍କୁ ସାମିଲ ହେବାକୁ ଭୁବନେଶ୍ୱର ଭାଜପା ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନିବେଦନ କରିଛନ୍ତି।

୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱରରେ ରୋଡ ଶୋ’ କରିଥିଲେ । ଆସନ୍ତା ୧୦ ଓ ୧୧ ତାରିଖରେ ୨ ଦିନିଆ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ମଇ ୬ ତାରିଖରେ ମଧ୍ୟ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁର ଓ ନବରଙ୍ଗପୁରରେ ହୋଇଥିବା ନିର୍ବାଚନୀ ସଭାକୁ ମୋଦି ଉଦ୍‌ବୋଧନ କରିଥିଲେ। ଏପରିକି ଏହି ଜନସଭାରେ ବିଜେଡି ସରକାରଙ୍କୁ ଟାର୍ଗେଟ କରିବା ଜୁନ୍‌ ୪ ବିଜେଡିର ଏକ୍ସପାଏରି ଡେଟ୍‌ ବୋଲି ମୋଦି କହିଥିଲେ। ଏପରିକି କେଡସହ ଜୁନ ୧୦ତାରିଖରେ ଭାଜପାର ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।

ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭାଜପାକୁ ଟାର୍ଗେଟ୍‌ କରିଥିଲେ। ଭାଜପା ଦିନରେ ସ୍ବପ୍ନ ଦେଖୁଛି ବୋଲି ନବୀନ କହିଥିଲେ। ରାଜ୍ୟରେ ସରକାର ଗଢିବା ନେଇ ଉଭୟ ଭାଜପା ଏବଂ ବିଜେଡି ମଧ୍ୟରେ ବୟାନବାଜି ଜୋର୍‌ଦାର ହେଉଛି।

Share