ୟୁନୁସଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି! ଅଡୁଆରେ ହାସିନା…

ନୂଆଦିଲ୍ଲୀ,୧୪।୮: ବାଂଲାଦେଶରେ ନିକଟରେ ହୋଇଥିବା ଅସ୍ଥିରତା ପରେ ବର୍ତ୍ତମାନ ଦେଶର କମାଣ୍ଡ ମହମ୍ମଦ ୟୁନୁସଙ୍କ ହାତରେ। ବାଂଲାଦେଶରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମହମ୍ମଦ ୟୁନୁସଙ୍କ ସାକ୍ଷାତକାର ହୋଇପାରେ ବୋଲି କୁହାଯାଉଛି। ମୋଦି ଏବଂ ନୋବେଲ ବିଜେତା ମହମ୍ମଦ ୟୁନୁସ BIMSTEC ସମ୍ମିଳନୀରେ ସାକ୍ଷାତ କରିପାରନ୍ତି ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୨ ବ୍ୟାଙ୍ଗକକ୍‌ରେ ବିଏମଷ୍ଟେକ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ବାଂଲାଦେଶ ସରକାରଙ୍କ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ମହମ୍ମଦ ୟୁନୁସ ବାଂଲାଦେଶର ପ୍ରତିନିଧିତ୍ୱ କରିପାରନ୍ତି। ଏହି ସମୟ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିପାରନ୍ତି। ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ପ୍ରତିନିଧିତ୍ୱ କରିବେ।

ଥାଇଲ୍ୟାଣ୍ଡରେ ଆସନ୍ତା ମାସରେ BIMSTEC ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଭାରତ, ବାଂଲାଦେଶ, ଥାଇଲ୍ୟାଣ୍ଡ, ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ମିଆଁମାରକୁ ନେଇ ଗଠିତ ଏହି ବହୁପକ୍ଷୀୟ ସଂଗଠନର ଗୁରୁତ୍ୱ ଗତ କିଛି ବର୍ଷ ମଧ୍ୟରେ ବୃଦ୍ଧି ପାଇଛି। ଏହାର ଏକ କାରଣ ହେଉଛି ଭାରତ-ପାକିସ୍ତାନ ତିକ୍ତତା। ତେବେ ଏହି ସାକ୍ଷାତକାରରେ ଶେଖ ହାସିନାଙ୍କୁ କ୍ଷମତାରୁ ହଟାଇବାକୁ ନେଇ ଏବଂ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଆଲୋଚନା ହୋଇପାରେ।

ଭାରତ ପାଇଁ ୩ଟି ବଡ଼ ସମସ୍ୟା ମୁଣ୍ଡବିନ୍ଧାର କାରଣ ସାଜିଛି। ପ୍ରଥମ ଚାଇନାର ଦକ୍ଷିଣ ଏସୀୟ ଦେଶ ଆଡକୁ ଚୀନର ପଦକ୍ଷେପ। ଦ୍ୱିତୀୟ ବାଂଲାଦେଶ ସହିତ ସୀମା ଏବଂ ତୃତୀୟ ସେଠାରେ ଥିବା ସଂଖ୍ୟାଲଘୁ ହିନ୍ଦୁମାନଙ୍କ ସହ ବ୍ୟବହାର। ଚାଇନା ଏଇ ଭିତରେ ବଙ୍ଗୋପସାଗରରେ ନିଜର କ୍ଷମତା ବିସ୍ତାର କରିବାରେ ଲାଗିଛି। ଦ୍ୱିତୀୟ ସମସ୍ୟା ହେଉଛି ବାଂଲାଦେଶରେ ଅରାଜକତା ପଳାୟନ କରୁଥିବା ଲୋକମାନେ।

ସୋମବାର ପର୍ଯ୍ୟନ୍ତ ଭାରତ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ପ୍ରାୟ ଏକ ଡଜନ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି। ହିଂସା ଏବଂ ରାଜନୈତିକ ଅସ୍ଥିରତାରୁ ରକ୍ଷା ପାଇବା ପାଇଁ ଏହି ଲୋକମାନେ ଭାରତ ଆସିବାକୁ ଚେଷ୍ଟା କରୁଛନ୍ତି।ତେବେ ଏହାକୁ ନେଇ ମଧ୍ୟ ୟୁସୁସଙ୍କ ସହ ମୋଦି ଆଲୋଚନା କରିପାରନ୍ତି।

Share