Categories: ଜାତୀୟ

ଏହିଦିନ ପ୍ରଧାନମନ୍ତ୍ରୀ ମୋଦି ନେବେ ଅବସର: କେଜ୍‌ରିଓ୍ବାଲ କଲେ ପୂର୍ବାନୁମାନ

ଲକ୍ଷ୍ନୌ,୧୬।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ନିର୍ବାଚନ ପ୍ରଚାର ପାଇଁ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଇଣ୍ଡି ମେଣ୍ଟ ସଦସ୍ୟ ଅଖିଳେଶ ଯାଦବଙ୍କ ସହ ଏକ ଖବରଦାତା ସମ୍ମିଳନୀରେ ସେ ଭାଜପା ଉପରେ ବର୍ଷିଛନ୍ତି। କେଜ୍‌ରିୱାଲ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବସର ନେଇ ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି, ସେପ୍ଟେମ୍ବର ୧୭, ୨୦୨୫ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୭୫ ବର୍ଷ ହେବ। ପ୍ରଧାନମନ୍ତ୍ରୀ ମୋଦି ଅମିତ ଶାହାଙ୍କୁ ତାଙ୍କ ଉତ୍ତରାଧିକାରୀ କରିବାକୁ ଏହି ଦିନ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ କହି ନାହାଁନ୍ତି ଯେ ସେ ୭୫ ବର୍ଷରେ ଅବସର ନେବେ କରିବେ। କିନ୍ତୁ ସେ ଏହା ନିୟମ କରିଛନ୍ତି, ମୋର ସମ୍ପୂର୍ଣ୍ଣ ଆଶା ଅଛି ଯେ ସେ ଏହି ନିୟମ ପାଳନ କରିବେ।
କେଜ୍‌ରିୱାଲ ଆହୁରି ମଧ୍ୟ କହିଛନ୍ତି, ଟ୍ରେଣ୍ଡରୁ ଜଣାପଡିଛି ଯେ ଭାଜପା ୨୨୦ରୁ କମ ଆସନ ପାଇବ। ହରିୟାଣା, ଦିଲ୍ଲୀ, ପଞ୍ଜାବ, କର୍ନାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ୟୁପି, ବିହାର, ଝାଡଖଣ୍ଡ ଏବଂ ରାଜସ୍ଥାନରେ ସେମାନଙ୍କର ଆସନ ହ୍ରାସ ହେବାକୁ ଯାଉଛି। ଭାଜପା ନୁହେଁ, ଇଣ୍ଡିଆ ମେଣ୍ଟ ସରକାର ଗଢିବାକୁ ଯାଉଛି।

Share