Categories: ଜାତୀୟ

ଅଜିତଙ୍କୁ ଏନସିପି ପ୍ରଦାନ କରାଯିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି, ନିର୍ବାଚନ କମିଶନ କରିଛନ୍ତି ଭୁଲ: ଶିବସେନା..

ମୁମ୍ବାଇ,୭।୨ : ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟିକୁ ପ୍ରକୃତ ଏନସିପି ଘୋଷଣା କରିଛନ୍ତି। ଅଜିତ ପାୱାର ଏନସିପିର ନାମ ଏବଂ ନିର୍ବାଚନ ଚିହ୍ନ ‘ଘଣ୍ଟା’ ପାଇବା ପରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଏମପି ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଅଜିତଙ୍କ ଗୋଷ୍ଠୀକୁ ଏସବୁ ପ୍ରଦାନ କରାଯିବାରେ ମୋଦିଙ୍କ ଗ୍ୟାରେଣ୍ଟି ରହିଛି।

 

ରାଉତ କହିଛନ୍ତି, ’ଅଜିତଙ୍କ ପାଖରେ ଥିବା ବିଧାୟକ କିମ୍ବା ଏମପି ରହିଥାଇ ପାରନ୍ତି। ଯଦି ଆସନ୍ତାକାଲି ନିର୍ବାଚନରେ ଏହି ବିଧାୟକ ଏବଂ ଏମପିମାନେ ହାରିଯାଆନ୍ତି, ତେବେ ଦଳର କ’ଣ ହେବ? ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଭୁଲ ଏବଂ ପକ୍ଷପାତିତ। ଏହା ଏକ ନିଷ୍ପତ୍ତି ଯାହା ଗଣତନ୍ତ୍ର ଏବଂ ସମ୍ବିଧାନକୁ ହତ୍ୟା କରିଛି।

 

ଆହୁରି ପଢ଼ନ୍ତୁ: ଅଜିତଙ୍କ ଚାଲାକି,ଆଗୁଆ ସୁପ୍ରିମକୋର୍ଟରେ ପହଞ୍ଚିଲେ: ଦାଖଲ କଲେ ପିଟିଶନ…

 

ଶରଦ ପାୱାର ଏନସିପି ଦଳର ପ୍ରତିଷ୍ଠାତା ଅଟନ୍ତି। ସେ ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ବସିଥିଲେ। ନିର୍ବାଚନ ଆୟୋଗ ଜାଣନ୍ତି ସେ ପ୍ରତିଷ୍ଠାତା, ତଥାପି ଦଳ ଅଜିତ ପାୱାରଙ୍କୁ ଦିଆଯାଇଛି, ଏହା ପଛରେ ମୋଦିଙ୍କ ହାତ ରହିଛି।

Share