ନ୍ୟୁୟର୍କରେ ମୋଦି

ନ୍ୟୁୟର୍କ,୨୫ ।୯: ଆମେରିକାର ହ୍ୱାଇଟ ହାଉସରେ ଶୁକ୍ରବାର ହୋଇଥିବା କ୍ୱାଡ ଦେଶର ବୈଠକରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କ ପହଞ୍ଚି ଯାଇଛନ୍ତି । ସେଠାରେ ପହଞ୍ଚିବା ପରେ ମୋଦି ହୋଟେଲ ବାହାରେ ସାଧାରଣ ଜନତାଙ୍କ ସହ କଥା ହୋଇଥିଲେ । ଏହି ସମୟରେ ଲୋକେ ‘ବନ୍ଦେ ମାତରମ’ ଓ ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେଇଥିଲେ । ନ୍ୟୁୟର୍କରେ ମୋଦି ୟୁଏନ୍‌ଜିଏର ୭୬ତମ ଅଧିବେଶନକୁ ସାମ୍ବାଧିତ କରିବେ । ୟୁଏନ୍‌ଜିଏର ୭୬ତମ ଅଧିବେଶନ ଭାରତ ପାଇଁ ଗୁରୁତ୍ୱ ରଖେ । କାରଣ ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଉପସ୍ଥିତ ଅଛନ୍ତି । ଏହା ବ୍ୟତୀତ ଭାରତ ନିଜ କଥା ବିଶ୍ୱର ସବୁ ଦେଶ ସାମ୍ନାରେ ଦୃଢ ଭାବେ ଉପସ୍ଥାପନ କରିପାରିବ ।

Share