Categories: ଜାତୀୟ

କଂଗ୍ରେସର ଦୁଇଟି କାର୍ଯ୍ୟ: ଇଭିଏମ୍‌ରେ ଦୋଷ ଖୋଜିବା, ମୋଦିଙ୍କୁ ଗାଳି ଦେବା

ଅହମ୍ମଦାବାଦ,୨।୧୨: ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ପ୍ରଚାର ଜୋରସୋରରେ ଚାଲିଛି। ପ୍ରଚାର ସମୟରେ ବିଭିନ୍ନ ଦଳର ନେତାମାନେ ପରସ୍ପର ଉପରେ କାଦୁଅଫିଙ୍ଗା ରାଜନୀତି କରିବା ସହ ରାଜନୈତିକ ଆକ୍ରମଣ କରୁଛନ୍ତି। ଇତିମଧ୍ୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ପାଟନରେ ଏକ ନିର୍ବାଚନ ରାଲି କରିଛନ୍ତି। ଏହି ରାଲିରେ ମୋଦି ଗର୍ଜି ପୁଣି ଥରେ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି। କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି, କଂଗ୍ରେସ ପାଖରେ କେବଳ ଦୁଇଟି କାର୍ଯ୍ୟ ରହିଛି। ଗୋଟିଏ ଇଭିଏମ୍‌ରେ ଦୋଷ ଖୋଜିବା ଏବଂ ମୋଦିଙ୍କୁ ଗାଳି ଦେବା। ସବୁବେଳେ କଂଗ୍ରେସ ଦାରିଦ୍ର୍ୟ ହଟାଇବାକୁ କହୁଥିଲା, କିନ୍ତୁ ଆମେ ଦାରିଦ୍ର୍ୟ ହଟାଇଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। କଂଗ୍ରେସ ଏହି ଦେଶରେ ଶୌଚାଳୟଟେ ବି ନିର୍ମାଣ କରିପାରିଲା ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଆମ ସରକାର ଗରିବ ଲୋକଙ୍କ ପାଇଁ ବ୍ୟାଙ୍କରେ ଖାତା ଖୋଲିଛନ୍ତି। ଆମେ ଗରିବଙ୍କ ବିଷୟରେ ଚିନ୍ତା କରୁ। ଏଥିସହ ପାଟନ ସମାବେଶରେ ମୋଦି କରୋନା ସମୟରେ ନିଜ ସରକାରଙ୍କ ସଫଳତା ବିଷୟରେ ମଧ୍ୟ ଆଲେକପାତ କରିଥିଲେ। ସେହି ସମୟରେ ଆମେମାନେ ଭଲ କାମ କରିଥିଲୁ ବୋଲି ମୋଦି କହିଛନ୍ତି।

Share