Categories: ଜାତୀୟ

ମୋଦି ରାମମନ୍ଦିର ଭୂମିପୂଜନ କରୁଥିବା ସମୟରେ ପଶିଆସିଲେ ୨ ଛେଳି, ଆଉ ତା’ ପରେ…

ନୂଆଦିଲ୍ଲୀ,୫ା୮: ରାମମନ୍ଦିର ଭୂମି ପୂଜା ସମୟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକି କଡ଼ା ସୁରକ୍ଷା ମଧ୍ୟରେ ଅଜବ ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁପଟରେ ଭୂମି ପୂଜା କରୁଥିଲେ, ସେଠାକୁ ଦୁଇଟି ଛେଳି ପଶି ଆସିଥିଲେ। ୟୁପି ପୋଲିସ ଏବଂ ଏସ୍‌ପିଜିର ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଛେଳି ଦୁଇଟି କିପରି ପଶି ଆସିଲେ ତାହା ଆଶ୍ଚର୍ଯ୍ୟଜନକ ଘଟଣା। ଏହା ଦେଖି ସୁରକ୍ଷା କର୍ମୀମାନେ ଛେଳିଦୁଇଟିକୁ ଗୋଡ଼ାଇ ଧରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ। କିଛି ଲୋକ କହୁଛନ୍ତି ଛେଳିମାନେ ମଧ୍ୟ ଏହି ପୂଜାକୁ ସ୍ବାଗତ ଜଣାଉଛନ୍ତି।


ବୁଧବାର ଅଯୋଧ୍ୟାରେ ଇତିହାସ ସୃଷ୍ଟି କରିଛି। ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଆଜି ଅଯୋଧ୍ୟାରେ ରାମମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ସଫଳ ହୋଇଛି। ଏହି ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମୋହନ ଭାଗବତ, ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ଅତିଥିମାନେ ସାମିଲ ଥିଲେ।

Share