Categories: ଜାତୀୟ

ବିଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ: ଶାହା-ସୀତାରମନ ମଧ୍ୟ ସାମିଲ

ନୂଆଦିଲ୍ଲୀ,୨୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରିବା ପରେ ସୋମବାର ଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ, ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ପୁରୀ ଉପସ୍ଥିତ ଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ପ୍ରଧାନ ସଚିବ ପି.କେ ମିଶ୍ରଙ୍କଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହାପୂର୍ବରୁ ଅମିତ ଶାହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ମଣିପୁରର ସ୍ଥିତି ବିଷୟରେ ସୂଚନା ଦେଇଥିଲେ। ଶନିବାର ମଣିପୁରର ସ୍ଥିତି ଉପରେ ସ୍ବରାଷ୍ଟ୍ର ମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ କରିଥିଲେ। ତିନି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ୧୮ଟି ରାଜନୈତିକ ଦଳ, ଉତ୍ତର ପୂର୍ବର ଚାରିଜଣ ଏମ୍‌ପି ଯୋଗ ଦେଇଥିଲେ।

Share