କୁୱେତର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

କୁୱେତ ସିଟି,୨୬ ।୭: ଶେଖ ଅହମଦ ନୱାଫ ଅଲ ଅହମଦ ଅଲ-ସବାଙ୍କୁ କୁୱେତର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁୱେତର ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟୁଇଟ କରି ଏହି ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟରେ ଲେଖିଛନ୍ତି, ‘ମହାମହିମ ଶେଖ ଅହମଦ ନୱାଫ ଅଲ ଅହମଦ ଅଲ-ସବାଙ୍କୁ କୁୱେତର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତିକୁ ମୋର ଶୁଭେଚ୍ଛା ଓ ଶୁଭକାମନା । ଆମ ଦେଶ ସହ କୁୱେତର ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୁତ ଓ ବିସ୍ତାରକରିବାକୁ ତାଙ୍କ ସହ କାମ କରିବାକୁ ଆଶା କରିଛୁ ।

Share