Categories: ଜାତୀୟ

ଇତିହାସରେ ପ୍ରଥମ ଥର: ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ୮ ଟ୍ରେନ୍‌କୁ ଗ୍ରୀନ୍ ସିଗନାଲ

ନୂଆଦିଲ୍ଲୀ,୧୭ ।୧: ଗୁଜରାଟର କେବଡିୟାରେ ନିର୍ମାଣ କରାଯାଇଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଆକାଶ ଛୁଆଁ ପ୍ରତିମାକୁ ବିଶ୍ୱ ପର୍ଯ୍ୟଟନ ନକ୍ସାରେ ସ୍ଥାନ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କେବଡିୟା ପର୍ଯ୍ୟନ୍ତ ୮ ଟେନ୍‌କୁ ଗ୍ରୀନ୍ ସିଗନାଲ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ଏହାକୁ ଗ୍ରୀନ୍ ସିଗନାଲ ଦେବା ସମୟରେ କହିଛନ୍ତି ଇତିହାସରେ ଏହା ପ୍ରଥମଥର ହୋଇଛି ଯେ ଗୋଟିଏ ସ୍ଥାନକୁ ଯିବାଲାଗି ଏକାଥରେ ୮ଟି ଟ୍ରେନକୁ ଗ୍ରୀନ୍ ସିଗନାଲ ମିଳିଛି । ଏହି ୮ ଟେନ୍ କେବଡିୟାକୁ ବାରାଣସି, ଦାଦର, ଅହମଦାବାଦ, ହଜରତ ନିଜାମୁଦ୍ଦିନ, ରିବା, ଚେନ୍ନାଇ ଓ ପ୍ରତାପନଗରକୁ ଯୋଡିବ । ଏହି ଯୋଜନା ସହ ଭାରତୀୟ ରେଲୱେ ମାନଚିତ୍ରରେ ବିଶ୍ୱର ସବୁଠାରୁ ବଡ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ବି ସ୍ଥାନ ମିଳିଯିବ । ଏହାସହ ସାରା ଦେଶରୁ ପର୍ଯ୍ୟଟକ ବିନା ବାଧାରେ ସିଧା ଏଠାରେ ପହଞ୍ଚିପାରିବେ ।

Share