Categories: ଜାତୀୟ

ଦ୍ରୌପଦୀଙ୍କ ଘରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୭: ପ୍ରଥମ ଓଡ଼ିଆ ଓ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଗୁରୁବାର ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁର୍ମୁଙ୍କ ଐତିହାସିକ ବିଜୟ ପରେ ଦେଶରେ ଉତ୍ସବର ମାହୋଲ ଦେଖାଦେଇଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ପୁଷ୍ପଗୁଚ୍ଛ ଦେଇ ମୋଦି ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସମୟରେ ମୋଦିଙ୍କ ସହିତ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଉପସ୍ଥିତ ରହିଥିଲେ। ନଡ୍ଡା ମଧ୍ୟ ମୁର୍ମୁଙ୍କୁ ତାଙ୍କର ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଦ୍ରୌପଦୀଙ୍କ ଘରେ ପୂର୍ବରୁ ହିଁ ଉତ୍ସବର ମାହୋଲ ରହିଛି। ସେଠାରେ ମଞ୍ଚ ତିଆରି ହୋଇଥିବା ବେଳେ ରେଡ୍‌ କାର୍ପେଟ ବିଛାଯାଇଛି।

Share