Categories: ଜାତୀୟ

ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲେ ମୋଦି, ଯାତ୍ରୀଙ୍କ ସହ ଉଠାଇଲେ ଫଟୋ

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଧୋଲା କୁଆଁରୁ ମେଟ୍ରୋ ଯୋଗେ ଦ୍ୱାରକା ପହଞ୍ଚି ୟଶୋଭୂମୀ ଦ୍ୱାରକା ସେକ୍ଟର ୨୫ ମେଟ୍ରୋ ଷ୍ଟେଶନର ଉଦଘାଟନ କରିଥିଲେ। ନୋଏଡା ଇଲେକ୍ଟ୍ରୋନିକ ସିଟି ଏବଂ ଦ୍ୱାରକା ସେକ୍ଟର ୨୧ ଆଡକୁ ଯାଉଥିବା ବ୍ଲୁ ଲାଇନ ମେଟ୍ରୋକୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏହି ଲାଇନ ଦ୍ୱାରା ସେକ୍ଟର ୨୫ରେ ପହଞ୍ଚିହେବ। ପ୍ରଧାନମନ୍ତ୍ରୀ ମଧ୍ୟ ଦ୍ୱାରକାଠାରେ ‘ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା’ ଯୋଜନା ଉଦଘାଟନ କରିବେ।
ମେଟ୍ରୋରେ ଯାତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ। ଏହି ସମୟରେ ସେ ଯାତ୍ରୀଙ୍କ ସହ ଫଟୋ ଉଠାଉଥିବାରୁ ଲୋକଙ୍କ ଭିଡ ଜମିଥିଲା। ମେଟ୍ରୋରେ ଯାତ୍ରୀମାନେ ତାଙ୍କ ସହ ଅନେକ ଫଟୋ ଉଠାଇ ହସି ହସି ଥଟ୍ଟା କରିଥିଲେ। ଏହି ସମୟରେ ମୋଦି ମଧ୍ୟ ଏକ ଶିଶୁ ସହିତ ଖେଳୁଥିବା ଦେଖିବାକୁ ମିଳିଥିଲା।

 

Share