ୱାଶିଂଟନ ପହଞ୍ଚିଲେ ମୋଦି, ସ୍ୱାଗତ କଲେ ପ୍ରବାସୀ ଭାରତୀୟ

ୱାଶିଂଟନ,୨୩ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଆମେରିକା ଗସ୍ତରେ ଯାଇ ୱାଶିଂଟନରେ ପହଞ୍ଚି ସାରିଛନ୍ତି । ବୁଧବାର ସେ ତାଙ୍କର ଗସ୍ତ ଆରମ୍ଭ କରିଥିବା ବେଳେ ଭାରତୀୟ ସମୟ ଅନୁଯାୟୀ ଗୁରୁବାର ସକାଳେ ସେ ୱାଶିଂଟନ ପହଞ୍ଚି ସାରିଛନ୍ତି । ସେଠାରେ ସେ ସିଧା ପେନସିଲଭାନିୟା ସ୍ଥିତ ହୋଟେଲ ୱିଲାର୍ଡ ଇଣ୍ଟରକଣ୍ଟିନେଣ୍ଟାଲ ଅଭିମୁଖେ ଯାତ୍ରା କରିଛନ୍ତି । ୨୩ ସେପ୍ଟେମ୍ବର ଆମେରିକା ସମୟ ଅନୁସାରେ ସକାଳ ୯ଟା ୪୦ରେ ସେ ହୋଟେଲରେ ବିଭିନ୍ନ କମ୍ପାନୀର ସିଇଓଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ମୋଦି ଆମେରିକା ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ସହ ସାକ୍ଷାତ୍ କରିବେ । ଏହି ସାକ୍ଷାତ୍‌କାର ସମୟରେ ଦୁଇ ଦେଶ ମଧ୍ୟରେ କିଛି ମହତ୍ୱପୂର୍ଣ୍ଣ ସମ୍ବନ୍ଧରେ ଆଲୋଚନା ହେବା ସହ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇପାରେ । ହ୍ୱାଇଟ ହାଉସରେ ସେ କମଲା ହ୍ୟାରିସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ମୋଦି ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ, ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Share