ନୂଆଦିଲ୍ଲୀ,୨୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଭିନ୍ନ ଜିଲାର ଜିଲାଧିକାରୀଙ୍କ ସହ ଭିଡିଓ କନଫରେନସିଂ ଯୋଗେ କଥା ହୋଇଛନ୍ତି । ଏହି ସମୟରେ ମୋଦି କହିଛନ୍ତି ଗତ ୪ ବର୍ଷ ମଧ୍ୟରେ ପ୍ରାୟ ସମସ୍ତ ଆଶାୟୀ ଜିଲାରେ ଧନ-ଜନ ଖାତା ମାଧ୍ୟମରେ ୪ରୁ ୫ ଗୁଣା ବୃଦ୍ଧି ହୋଇଛି । ପ୍ରାୟ ସବୁ ପରିବାରକୁ ଶୌଚାଳୟ ମିଳିଛି ଓ ସବୁ ଗାଁକୁ ବିଜୁଳି ପହଞ୍ଚିଛି । କେବଳ ଗରିବ ପରିବାରକୁ ବିଜୁଳି ପହଞ୍ଚି ନାହିଁ ବରଂ ଏହା ଲୋକଙ୍କ ଜୀବନରେ ଶକ୍ତି ସଂଚାର କରିଛି । ଏବେ ସମସ୍ତ ଆଶାୟି ଜିଲା ଦେଶକୁ ଆଗକୁ ବଢିବାର ଅବରୋଧକୁ ସମାପ୍ତ କରିଛି । ଆପଣମାନଙ୍କ ପ୍ରୟାସ ଯୋଗୁ ଆଜି ଆଶାୟୀ ଜିଲା ଗତିରୋଧକ ପରିବର୍ତ୍ତେ ଗତିବର୍ଦ୍ଧକ ପାଲଟି ଯାଇଛି ।