ଭିଡିଓ କନଫରେନସିଂ ଜରିଆରେ କରୋନା ୱାରିୟର୍ସଙ୍କୁ ସମ୍ବୋଧିତ କଲେ ମୋଦି

ବାରାଣସୀ,୨୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରାଣସୀର କରୋନା ଯୋଦ୍ଧାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଥିଲେ ୨୦୨୧ର ଆରମ୍ଭ ଶୁଭ ରହିଛି । ଦେଶରେ ଏବେ ବିଶ୍ୱର ସବୁଠାରୁ ବଡ ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିଛି । ଦେଶରେ ୨ଟି ସ୍ୱଦେଶୀ ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ ହୋଇଥିବା ବେଳେ ଏହା ଅନ୍ୟ ଦେଶକୁ ମଧ୍ୟ ପଠାଯାଉଛି । ବାରାଣସୀରେ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୨୦ ହଜାର ଲୋକଙ୍କୁ କରୋନା ଟିକା ଦିଆଯାଇଛି । ଯେଉଁଥିପାଇଁ ୧୫ କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ଭିଡିଓ କନଫରେନସିଂ ଜରିଆରେ ମୋଦି ବାରାଣସୀ ମହିଳା ହସ୍ପିଟାଲର କରୋନା ଯୋଦ୍ଧା ପୁଷ୍ପା ଦେବୀଙ୍କ ସହ କଥା ହୋଇଛନ୍ତି । ଡାକ୍ତରାଣୀ କହିଛନ୍ତି ସେ ୧୬ ଜାନୁୟାରୀରେ ଟିକା ନେଇଛନ୍ତି ଆଉ ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି । ସୂଚନାଯୋଗ୍ୟ, ସାରା ଦେଶରେ ଜାନୁୟାରୀ ୧୬ରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ କରାଯାଇଛି । ଏଥିପାଇଁ ୩ ହଜାରରୁ ଊର୍ଦ୍ଧ୍ୱ କେନ୍ଦ୍ର ଖୋଲାଯାଇଛି । ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୩ କୋଟି ହେଲଥ ୱାକର୍ସଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି ।

Share