Categories: ଜାତୀୟ

ସ୍ବର୍ବେଦ ମହାମନ୍ଦିରରେ ମୋଦି

କାଶୀ,୧୪।୧୨: କାଶୀ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସ୍ବର୍ବେଦ ମହାମନ୍ଦିରରେ ପହଞ୍ଚିଛନ୍ତି। ଏଠାରେ ସେ ସଦଗୁରୁ ସଦାଫଲଦେବଙ୍କ ପ୍ରତିମୂର୍ତ୍ତିକୁ ଫୁଲ ଅର୍ପଣ କରିଥିଲେ। ଏହି ସମୟରେ ରାଜ୍ୟପାଳ ଆନନ୍ଦିବେନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଏଠାରେ ସେ ବିହଙ୍ଗମ ଯୋଗ ସଂସ୍ଥାନର ୯୮ ତମ ବାର୍ଷିକୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି। ସେ ସୋମବାର ପ୍ରାୟ ୩୩୯ କୋଟି ଟଙ୍କା ବ୍ୟୟରେ ନୂତନ ଭାବେ ନିର୍ମିତ କାଶୀ ବିଶ୍ୱନାଥ ଧାମର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି। ଏଥି ସହିତ, ଆଜି ସେ ୧୨ ଟି ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି।

Share