Categories: ଜାତୀୟ

ଯବାନଙ୍କ ସହ ଦୀପାବଳି ପାଳନ କରିପାରନ୍ତି ମୋଦି

ନୂଆଦିଲ୍ଲୀ,୧୩ ।୧୧: ଚଳିତ ବର୍ଷ ଦୀପାବଳି ସବୁଠାରୁ ନିଆରା ହେବ ବୋଲି କୁହାଯାଉଛି । କାରଣ ଏଥର କରୋନା ମହାମାରୀ କଟକଣା ମଧ୍ୟରେ ପାଳନ ହେବ ଆଲୋକର ପର୍ବ ଦୀପାବଳି । ଏଭଳି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବର୍ଷ ଭଳି ଚଳିତ ବର୍ଷ ବି ଯବାନଙ୍କ ସହ ଦୀପାବଳି ପାଳନ କରିପାରନ୍ତି ବୋଲି କୁହାଯାଉଛି । ଅନୁମାନ କରାଯାଉଛି କି ଏଥର ମୋଦି ଜୈସଲମେର ସୀମାରେ ଦୀପାବଳି ପାଳନ କରି ପାରନ୍ତି । ମୋଦିଙ୍କ ସହ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତ, ସେନା ମୁଖ୍ୟ ଏମ୍ ଏମ୍‌, ନରୱଣେ ବି ଉପସ୍ଥିତ ରହିପାରନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ମୋଦି ସୀମାରେ ଯବାନଙ୍କ ସହ ମିଶି ଦୀପାବଳି ପାଳନ କରି ସାରିଛନ୍ତି । ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ ଭଳି ସୀମାକୁ ଯାଇ ମୋଦି ଯବାନଙ୍କୁ ନିଜ ହାତରେ ମିଠା ଖୁଆଇବା ସହ ହସଖୁସିରେ ଦୀପାବଳି ପାଳନ କରି ସାରିଛନ୍ତି ।

Share