Categories: ଜାତୀୟ

ଶହେ ବର୍ଷରେ ହିରାବେନ, ସାଲ ଉପହାର ଦେଲେ ମୋଦି

ଗାନ୍ଧିନଗର,୧୮ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହିରାବେନ ମୋଦି ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ମୋଦି ଗାନ୍ଧିନଗରସ୍ଥିତ ତାଙ୍କ ଘରେ ପହଞ୍ଚି ମା’ଙ୍କ ଆଶୀର୍ବାଦ ନେବା ସହ ପୂଜାର୍ଚ୍ଚନା କରିଛନ୍ତି । ହିରାବେନଙ୍କ ପାଦ ଛୁଇଁ ପ୍ରଣାମ କରି ମୋଦି ମା’ ହିରାବେନଙ୍କୁ ଏକ ସାଲ ଉପହାର ଦେଇଛନ୍ତି । ଏହାପରେ ସେଠାରେ ଉପସ୍ଥିତ ସମସ୍ତ ପ୍ରିୟ ପରିଜନଙ୍କୁ ମିଠା ବଣ୍ଟାଯାଇଛି । ହିରାବେନଙ୍କ ୧୦୦ତମ ଜନ୍ମଦିନ ଅବସରରେ ଘରେ ସ୍ୱତନ୍ତ୍ର ପୂଜାର ଆୟୋଜନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ପାୱାଗଡରେ ମାଆ କାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । କାଳି ମାଆଙ୍କ ଉପରେ ପ୍ରଗାଢ ବିଶ୍ୱାସ ରଖିଥିବା ମୋଦି ସେଠାରେ ମାଆଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରି ପୂଜାର୍ଚ୍ଚନା କରିବେ ବୋଲି ଜଣାପଡିଛି ।

Share