Categories: ଜାତୀୟ

ଜାଣନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପତ୍ତି କେତେ…

ନୂଆଦିଲ୍ଲୀ,୯।୮: ମୋଟ ୨.୨୩ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶେଷକରି ବ୍ୟାଙ୍କରେ ଜମା ଆକାରରେ ଏହି ଟଙ୍କା ରହିଛି। ତେବେ ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍‌ଓ) ପକ୍ଷରୁ ସୂଚନା ଦିଆଯାଇଛି।

ପିଏମ୍‌ଓ ଓ୍ବେବ୍‌ସାଇଟ୍‌ରେ ଜାରି ଘୋଷଣା ମୁତାବକ,ପ୍ରଧାନମନ୍ତ୍ରୀ ନିଜର ସମସ୍ତ ଜମି ଦାନ କରିଦେଇଛନ୍ତି। ତାଙ୍କ ପାଖରେ ୩୫,୨୫୦ ହଜାର ଟଙ୍କା ରହିଛି। ସେହିଭଳି ୯,୦୫,୧୦୫ ଟଙ୍କା ପୋଷ୍ଟ ଅଫିସରେ ନ୍ୟଶନାଲ ସେଭିଂ ସାର୍ଟିଫିକେଟ୍‌ ଅଧୀନରେ ଡିପୋଜିଟ୍‌ ଅଛି। ଏହାଛଡ଼ା ମୋଦିଙ୍କର ୧,୮୯,୩୦୫ ଟଙ୍କାର ଜୀବନ ବୀମା ପଲିସି ରହିଛି। ତାଙ୍କ ପାଖରେ କୌଣସି ଗାଡ଼ି ନାହିଁ। ଗହଣା ବିଷୟରେ କଥା ହେଲେ ମୋଦିଙ୍କ ପାଖରେ ୧.୭୩ ଲକ୍ଷ ଟଙ୍କା ମୂଲ୍ୟର ୪ ସୁନାମୁଦି ରହିଛି।

Share