Categories: ଜାତୀୟ

ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ: କଟକ ବାଲିଯାତ୍ରାକୁ ମନେ ପକାଇ…

ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାରେ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ପର୍ବ-୨୦୨୪ରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।

ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ପର୍ବ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଓଡିଶା ପର୍ବକୁ ଆସି ମୁଁ ଗର୍ବିତ ବୋଲି କହିଥିଲେ। ଓଡ଼ିଶା ସନ୍ଥ ଏବଂ ବିଦ୍ୱାନଙ୍କ ଧରିତ୍ରୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଭୀମ ଭୋଇ କହିଥିଲେ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ ଏହା ହିଁ ଓଡ଼ିଶାର ସଂସ୍କୃତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏପରିକି ସ୍ବାଧୀନତା ଆନ୍ଦୋଳନରେ ଓଡ଼ିଆ ବୀରଙ୍କ ଅବଦାନ ଅନେକ। ପାଇକ ବିଦ୍ରୋହ ଏହାର ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଉଦ୍‌ବୋଧରେ କହିଥିଲେ।

ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି, ଏହା ଗର୍ବର ବିଷୟ। ଓଡ଼ିଶାର ମହିଳା ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ। କିଛିଦିନ ତଳେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛି। ଏହି ଯୋଜନା ମାଧ୍ୟମରେ ମହିଳାଙ୍କ ଆର୍ଥକ ବିକାଶ ହୋଇପାରିବ। ସାମୁଦ୍ରିକ ସାମର୍ଥ୍ୟକୁ ଉତ୍କଳୀୟମାନେ ବିସ୍ତାର ଦେଇଥିଲେ। କଟକ ବାଲିଯାତ୍ରାକୁ ମନେପକାଇ ଭାରତର ନୌବାଣିଜ୍ୟ ପରମ୍ପରା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଥିଲେ।

Share