Categories: ଜାତୀୟ

ପୁଣି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ପଛରେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି, ଲୋକପ୍ରିୟତାରେ ନମ୍ବର-୧

ନୂଆଦିଲ୍ଲୀ,୨୨।୨: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ବଡ଼ ବଡ଼ ନେତାଙ୍କୁ ଲୋକପ୍ରିୟତା ମାମଲାରେ ପଛରେ ପକାଇ ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି। ପାଶ୍ଚାତ୍ୟ ଦେଶର ନେତାମାନେ ମଧ୍ୟ ଏହା ସ୍ବୀକାର କରୁଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ମର୍ନିଂ କନ୍ସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେରେ ଏହା ଜଣାପଡ଼ିଛି। ମୋଦିଙ୍କୁ ୭୮% ରେଟିଂ ମିଳିବା ସହ ଏବେ ବି ତାଙ୍କର ଲୋକପ୍ରିୟତା ବଜାୟ ରହିଛି ବୋଲି ସ୍ପଷ୍ଟ ହୋଇଛି।
ମର୍ନିଂ କନ୍ସଲ୍ଟ ପଲିଟିକାଲ ଇଣ୍ଟେଲିଜେନ୍ସ ସର୍ଭେରେ ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତାଙ୍କ ତାଲିକା ଜାରି କରାଯାଇଥିଲା। ଏଥିରେ ବିଶ୍ୱର ସମସ୍ତ ଲୋକପ୍ରିୟ ନେତାଙ୍କ ବିଷୟରେ ରେଟିଂ ସହ ସୂଚନା ଦିଆଯାଇଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି ଶୀର୍ଷରେ ଅଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ଯେବେ ମୋଦି ଶୀର୍ଷରେ ନିଜ ସ୍ଥାନରେ ଅଛନ୍ତି, ଏହା ପୂର୍ବରୁ ମଧ୍ୟ ସେ ଲୋକପ୍ରିୟତା ମାମଲାରେ ବିଶ୍ୱର ନେତାଙ୍କୁ ପଛରେ ପକାଇଥିଲେ।
କହିରଖୁଛୁ, ଏହି ରେଟିଂ ଏଜେନ୍ସିଂ ବିଶ୍ୱର ନେତାଙ୍କ ଲୋକପ୍ରିୟତାକୁ ସଂଖ୍ୟାରେ ପ୍ରକାଶ କରିଛି। ତଦନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଏହି ସର୍ଭେରେ ୭୮% ଲୋକପ୍ରିୟତା ସହ ଶୀର୍ଷରେ ଅଛନ୍ତି। ସେହିଭଳି ମେକ୍ସିକୋ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେସ୍‌ ମାନୁଆଲ ଲୋପେଜ୍‌ ଓବ୍ରାଦୋର ୬୪% ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସ୍ବିଜରଲ୍ୟାଣ୍ଡର ଆଲେନ ବର୍ସେଟ(୫୭%) ଏବଂ ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ(୫୦%) ଲୋକପ୍ରିୟ ନେତା ହୋଇଛନ୍ତି।
Share