ଅହମଦାବାଦ,୨୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ। ସେପ୍ଟେମ୍ବର ୨୯ ଏବଂ ୩୦ରେ ସେ ଗୁଜରାଟ ଗସ୍ତ କରିବେ। ଏହି ସମୟରେ ସେପ୍ଟେମ୍ବର ୩୦ରେ ମୋଦି ଅହମଦାବାଦରେ ମେଟ୍ରୋ ରେଳ ସେବା ଉଦ୍ଘାଟନ କରିବେ ବୋଲି ଜଣାପଡ଼ିଛି। ରାଜ୍ୟବାସୀ ଏହାକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି। ଏଥିପାଇଁ ଗୁଜୁରାଟ ମେଟ୍ରୋ ରେଳ ନିଗମ, ଅହମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ପୋଲିସ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିରେ ୨୩ଟି ଷ୍ଟେସନ ରହିଥିବା ବେଳେ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ମୋଟ ଲମ୍ବ ୪୦.୦୩ କିଲୋମିଟର ରହିଛି।