Categories: ଜାତୀୟ

ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଇଟାଲି ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୨ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୯-୩୧ ଅକ୍ଟୋବର ପର୍ଯ୍ୟନ୍ତ ଇଟାଲି ଗସ୍ତରେ ଯିବେ । ଏହି ସମୟରେ ସେଠାରେ ୩୦ ଓ ୩୧ ଅକ୍ଟୋବରରେ ଅନୁଷ୍ଠିତ ଜି୨୦ ଶିଖର ସମ୍ମିଳନୀରେ ଯୋଗଦେବେ । ଇଟାଲି ପରେ ପ୍ରଧାନମନ୍ତ୍ରୀ ମୋଦି ୟୁକେ ଗସ୍ତ କରିବେ ଓ ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ହୋଇଥିବା କପ ୨୬କ୍ଲାଇମେଟ୍‌ ସମ୍ମିଳନୀରେ ସାମିଲ ହେବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ୟୁକେ ପ୍ରଧାନମନ୍ତ୍ରୀ ବୋରିଶ ଜନଶନଙ୍କ ସହ ସାକ୍ଷାତ୍ କରି ଦ୍ୱିପାକ୍ଷିକ ବାର୍ତ୍ତା କରିବେ ବୋଲି ଜଣାପଡିଛି ।

Share