Categories: ଜାତୀୟ

‘ମୋଦି-ମୋଦି’ ସ୍ଲୋଗାନରେ କମ୍ପିଲା ଗୃହ

ନୂଆଦିଲ୍ଲୀ,୧୪।୩: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ଆଜି ଲୋକ ସଭା ଓ ରାଜ୍ୟ ସଭାରେ ବଜେଟ ଉପରେ ଆଲୋଚନା ହେବ। ଅଧିବେଶନ ଆରମ୍ଭ ହେବା କ୍ଷଣି ଗୃହରେ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆସିବା ମାତ୍ରେ ଗୃହରେ ‘ମୋଦି-ମୋଦି’ ସ୍ଲୋଗାନ ଆରମ୍ଭ ହୋଇଥିଲା। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କିରେନ ରିଜିଜୁ ଏବଂ ପ୍ରହ୍ଲାଦ ପଟେଲଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପା ଏମ୍‌ପିମାନେ ‘ମୋଦି-ମୋଦି’ ନାରା ଦେଇଥିଲେ। ପ୍ରଧାନମନ୍ତ୍ରୀ ସମସ୍ତ ଏମ୍‌ପିଙ୍କୁ ହାତରେ ହାତ ହଲାଇ ଅଭିବାଦନ ଜଣାଇଥିଲେ।
ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ମୁଦ୍ରାସ୍ଫୀତି, କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠିରେ ସୁଧ ହାର ହ୍ରାସ, ଯୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ଏବଂ ବେକାରୀ ଭଳି ଅନେକ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରି ରହିବାକୁ ପ୍ରସ୍ତୁତ ହେଉଛନ୍ତି। ଜମ୍ମୁ କଶ୍ମୀରର ବଜେଟ ମଧ୍ୟ ଆଜି ଉପସ୍ଥାପିତ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜମ୍ମୁ କଶ୍ମୀର ପାଇଁ ବଜେଟ ଉପସ୍ଥାପନ କରିବେ ଏବଂ ମଧ୍ୟାହ୍ନ ଭୋଜନ ପରେ ଅଧିବେଶନରେ ଏହା ଆଲୋଚନା ହେବାର ସମ୍ଭାବନା ରହିଛି।

Share