Categories: ଜାତୀୟ

୨୬ରେ ତେଲେଙ୍ଗାନା ଯିବେ ମୋଦି

ନୂଆଦିଲ୍ଲୀ,୨୧।୫: ଭାଜପାର ବରିଷ୍ଠ ନେତା ଜେପି ନଡ୍ଡା ଏବଂ ଅମିତ ଶାହାଙ୍କ ତେଲେଙ୍ଗାନା ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆସନ୍ତା ୨୬ରେ ତେଲେଙ୍ଗାନା ଗସ୍ତରେ ଆସିବେ। ଏହି ଅବସରରେ ହାଇଦ୍ରାବାଦର ଇଣ୍ଡିଆନ ସ୍କୁଲ ଅଫ ବିଜିନେସ୍‌ ର ବାର୍ଷିକ ଉତ୍ସବରେ ଯୋଗ ଦେବେ। ବେଗମପେଟ ବିମାନବନ୍ଦରରେ ମୋଦି ପହଞ୍ଚିବା ପରେ ସେଠାରେ ତାଙ୍କୁ ସ୍ବାଗତ କରାଯିବା । ଏହାପରେ ସେଠାରେ ଦଳୀୟ ନେତାଙ୍କ ସହ ବୈଠକ ହେବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ପାଇଛି।

Share