ଆଜି ରିଲିଜ୍‌ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି’ ଗୁରୁବାର ରିଲିଜ୍‌ ହେବ। ଏଥିରେ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ୍‌ ଅଭିନେତା ବିବେକ ଓବରୟ। କିଛିଦିନ ପୂର୍ବରୁ ରିଲିଜ୍‌ ହୋଇଥିଲା ଫିଲ୍ମର ଟ୍ରେଲର। ଏହାକୁ ବେଶ୍‌ ପସନ୍ଦ କରିଥିଲେ ଦର୍ଶକ। ପରେ ଫିଲ୍ମର ସମ୍ପୂର୍ଣ୍ଣ କାହାଣୀ ଦେଖିବାକୁ ଚାହିଁ ରହିଥିଲେ ଦର୍ଶକ । ତେବେ ଆଜି ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି ।
ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଉମଙ୍ଗ କୁମାର। ମୁଖ୍ୟ ଭୂମିକାରେ ବିବେକଙ୍କ ବ୍ୟତିତ ଅନ୍ୟାନ୍ୟ ଭୂମିକାରେ ବରଖା ବିଷ୍ଟ, ଜରୀନା ବହାବ, ମନୋଜ ଯୋଶୀ, ବୋମନ ଇରାନୀ ନଜର ଆସିବେ। ଫିଲ୍ମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବଶିତ ଥିବାରୁ ଏହା ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି ଆଶା କରାଯାଉଛି।

 

Share