୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶର ପ୍ରଧାନମନ୍ତ୍ରୀ ସବୁ ସ୍ଥାନରେ ସମ୍ମାନର ଯୋଗ୍ୟ: ମୋଦିଙ୍କ ପାଇଁ କଂଗ୍ରେସ ନେତା ଗର୍ବିତ…

ଓ୍ବାଶିଂଟନ,୩।୬ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ଆମେରିକା  ଗସ୍ତ ପୂର୍ବରୁ କଂଗ୍ରେସ ନେତା ସାମ ପିଟ୍ରୋଡା କହିଛନ୍ତି ବିଶ୍ୱର ବହୁ ଜନବହୁଳ ଦେଶର ପ୍ରଧାନମନ୍ତ୍ରୀ ସବୁ ସ୍ଥାନରେ ସମ୍ମାନର ଯୋଗ୍ୟ ଏବଂ ସେ ଏଥିପାଇଁ ଗର୍ବିତ। ଭାରତୀୟ ବିଦେଶ କଂଗ୍ରେସ ଅଧ୍ୟକ୍ଷ ପିଟ୍ରୋଡା ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ୬ଦିନିଆ ତିନି ସହର ଆମେରିକୀୟ ଗସ୍ତରେ ଅଛନ୍ତି। ରାହୁଲ ଗାନ୍ଧୀ ଶାସକ ଭାଜପାର ଭାରତ ଉପରେ ତାଙ୍କର ବିକଳ୍ପ ଦୃଷ୍ଟିକୋଣ ଉପରେ ଧ୍ୟାନ ଦେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ତେବେ ସେ ୟୁକ୍ରେନ ଏବଂ ଚାଇନେ ସହିତ ମୁକାବିଲା ଭଳି ପ୍ରସଙ୍ଗରେ ଶାସକ ଦଳର ବୈଦେଶିକ ନୀତି ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି।

ପିଟ୍ରୋଡା କହିଛନ୍ତି, ରାହୁଲ ଜାଣନ୍ତି ଭାରତ କେଉଁଠାରେ ଠିକ କାର୍ଯ୍ୟ କରୁଛି। ଆମେ ସମସ୍ତେ ଏହାକୁ ସମର୍ଥନ କରୁଛୁ। କେହି ଜଣେ ମୋତେ କହିଥିଲେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ବହୁତ ସ୍ବାଗତ କରାଯାଉଛି । ମୁଁ କହିଲି ମୁଁ ଏଥିରେ ଖୁସି, କାରଣ ସମସ୍ତ ମତଭେଦ ସତ୍ତ୍ୱେ ସେ ମଧ୍ୟ ମୋର ପ୍ରଧାନମନ୍ତ୍ରୀ।

ଏକ ସାକ୍ଷାତକାରରେ ପିଟ୍ରୋଡା କହିଛନ୍ତି ସେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିବାରୁ ତାଙ୍କୁ ସ୍ବାଗତ କରାଯାଉଛି। କାରଣ ସେ ଭାଜପାର ପ୍ରଧାନମନ୍ତ୍ରୀ ନୁହଁନ୍ତି। ଏହି ଦୁଇଟି ଜିନିଷକୁ ପୃଥକ ଭାବରେ ଦେଖାଯିବା ଉଚିତ। ସେ କହିଛନ୍ତି ୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶର ପ୍ରଧାନମନ୍ତ୍ରୀ ସବୁଆଡେ ସମ୍ମାନର ଯୋଗ୍ୟ ଏବଂ ମୁଁ ଏଥିପାଇଁ ଗର୍ବିତ।

Share