Categories: ଜାତୀୟ

ମୋଦିଙ୍କ ସହ ସେଲ୍‌ଫି ନେଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୯: ଭାରତର ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଅନେକ ଦେଶର ନେତା ଦିଲ୍ଲୀ ଆସିଛନ୍ତି। ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆୟୋଜିତ ଜି-୨୦ ଶିଖର ସମ୍ମିଳନୀକୁ ଏକ ସଫଳତା ବୋଲି କହିଛନ୍ତି। ଆମ ମଧ୍ୟରେ ଭଲ ଦ୍ୱିପାକ୍ଷିକ ଆଲୋଚନା ହୋଇଥିବା ସୋସିଆଲ ମିଡିଆରେ ସେ ଉଲ୍ଲେଖ କରିଛନ୍ତି। ସେ ପିଏମ ମୋଦିଙ୍କ ସହ ସେଲଫି ମଧ୍ୟ ନେଇଥିଲେ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂଆଦିଲ୍ଲୀରେ ଆୟୋଜିତ ଏକ ସଫଳ ଜି-୨୦ ବୈଠକ ପରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଅର୍ଥନୈତିକ ସହଯୋଗ ଚୁକ୍ତିନାମା (ସିଇସିଏ) ର ଉପରେ ଏକ ଭଲ ଦ୍ୱିପାକ୍ଷିକ ଆଲୋଚନା ହୋଇଛି ବୋଲି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆଲବାନି ଏକ୍ସରେ ଲେଖିଛନ୍ତି।
ଆପଣଙ୍କୁ କହିବାକୁ ଗଲେ ଜି -୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଆନ୍ଥୋନୀ ଆଲବାନିଜ୍‌ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଏହାପୂର୍ବରୁ ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦେଶ ଗସ୍ତରେ ଥିବାବେଳେ ସେ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ।

Share