କିଭ୍,୨୧।୩: ଭାରତ ଗସ୍ତରୁ ଫେରି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଙ୍ଗଳବାର ୟୁକ୍ରେନରେ ପହଞ୍ଚିଛନ୍ତି। ଏଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଜାପାନ ପ୍ରଧାନମନ୍ତ୍ରୀ ସୋମବାର ଭାରତ ଗସ୍ତରେ ଯାଇଥିଲେ ଏବଂ କିଛି ଘଣ୍ଟା ପରେ ଜାପାନ ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଜାପାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ କିଶିଦା ପୋଲାଣ୍ଡରୁ ଟ୍ରେନ ଯୋଗେ ୟୁକ୍ରେନର ରାଜଧାନୀ କିଭ୍ରେ ପହଞ୍ଚିଛନ୍ତି।
ସୂଚନାଯୋଗ୍ୟ, ଜାପାନ ଆସନ୍ତା ମେ ମାସରେ ଜି୭ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ହେଉଛନ୍ତି ଏକମାତ୍ର ଜି୭ ନେତା ଯିଏ ଏପର୍ଯ୍ୟନ୍ତ ୟୁକ୍ରେନ ଗସ୍ତ କରିନାହାଁନ୍ତି। ଜି୭ ବୈଠକ ପୂର୍ବରୁ କିଶିଦା ୟୁକ୍ରେନ ଯାଇ ନିଜର ସମାଲୋଚକମାନଙ୍କୁ ଚୁପ କରିବାକୁ ଚାହୁଁଛନ୍ତି।