ମୋଦିଙ୍କ ପାଦ ଛୁଇଁଲେ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ…

ପୋର୍ଟ ମୋର୍ସବେ,୨୧।୫ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନିରେ ପହଞ୍ଚିଛନ୍ତି। ଏହି ଅବସରରେ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ ଯୋଗଦେବା ପରେ ପାପୁଆ ନ୍ୟୁ ଗିନିରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । କିନ୍ତୁ ପରେ ଯାହା ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ବିମାନବନ୍ଦରରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ସହ ତାଙ୍କ ପାଦ ଛୁଇଁଥିଲେ। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସ୍ବାଗତ ଏହି ଅର୍ଥରେ ଅଧିକ ସ୍ବତନ୍ତ୍ର କାରଣ ଏହି ଦେଶରେ ନିୟମ ହେଉଛି ସୂର୍ଯ୍ୟାସ୍ତ ପରେ ଏଠାରେ କୌଣସି ବାହ୍ୟ ନେତାଙ୍କୁ ଆନୁଷ୍ଠାନିକ ଭାବେ ସ୍ବାଗତ କରାଯାଇ ନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କରିବା ପାଇଁ ପାପୁଆ ନ୍ୟୁ ଗିନି ଏହାର ସମସ୍ତ ନିୟମ ବଦଳାଇ ଦେଇଛି।

ପାପୁଆ ନ୍ୟୁ ଗିନିର ମୋରେସବି (ଜ୍ୟାକସନ) ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାରମ୍ପାରିକ ସ୍ବାଗତ କରାଯାଇଥିଲା। ଏଫଆଇପିଆଇସି ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନିରେ ପହଞ୍ଚିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ସମ୍ମିଳନୀରେ ଫୋରମରେ ଭାଗ ନେବାକୁ ମୋଦି ଏଠାକୁ ଯାଇଛନ୍ତି। ଏହି ସମ୍ମିଳନୀରେ ଭାରତ ସମେତ ୧୪ ଟି ଦେଶ ଅଂଶଗ୍ରହଣ କରିବେ। ଏଠାରେ ପରେ ମୋଦି ସିଧାସଳଖ ଅଷ୍ଟ୍ରେଲିଆ ଯିବେ ଏବଂ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବେ।

Share