ଆସ୍ଥାରେ ହାରିଲେ ସୁଇଡେନ ପ୍ରଧାନମନ୍ତ୍ରୀ

ଷ୍ଟକ୍‌ହୋମ୍‌, ୨୨ା୬: ସୁଇଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫବେନ ସୋମବାର ଆସ୍ଥା ଭୋଟ ହାରିଛନ୍ତି। ସୁଇଡେନର କୌଣସି ପ୍ରଧାନମନ୍ତ୍ରୀ ଆସ୍ଥା ହାରିବାରେ ଏହା ପ୍ରଥମ ଘଟଣା। ବାମ ଦଳ ସହଯୋଗରେ ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟିର ଷ୍ଟିଫାନ ମେଣ୍ଟ ସରକାର ଗଢ଼ିଥିଲେ। ସହରଗୁଡ଼ିକରେ ନିର୍ମାଣ ହେଉଥିବା ବିଲ୍ଡିଂ, ଆପାର୍ଟମେଣ୍ଟ ଆଦିରୁ ନିୟନ୍ତ୍ରଣ ହଟାଇବା ପାଇଁ ସରକାର ଯୋଜନା କରିଥିବାବେଳେ ବାମ ଦଳ ଏହାର ବିରୋଧ କରି ଗତ ସପ୍ତାହରେ ମେଣ୍ଟରୁ ଓହରିଯାଇଥିଲା। ଷ୍ଟିଫାନଙ୍କୁ ସପ୍ତାହେ ମଧ୍ୟରେ ଇସ୍ତଫା ଦେଇ ନିର୍ବାଚନ କରାଇବା କିମ୍ବା ଆସନ୍ତା ବର୍ଷ ସେପ୍ଟେମ୍ବରରେ ହେବାକୁ ଥିବା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ସୁଇଡେନ ପାର୍ଲାମେଣ୍ଟ ସମୟ ଦେଇଥିଲା। ଭୋଟିଂ ବେଳେ ୩୪୯ ଏମ୍‌ପିଙ୍କ ମଧ୍ୟରୁ ୧୮୧ ଜଣ ଅନାସ୍ଥା ସପକ୍ଷରେ ମତ ରଖିଥିଲେ। ଫଳରେ ଗ୍ରୀନ ପାର୍ଟି ସହ ଷ୍ଟିଫାନଙ୍କ ସରକାର ସଂଖ୍ୟାଲଘୁ ହୋଇଯାଇଛି।

Share