ଜରିମାନା ଦେଲେ ପ୍ରଧାନମନ୍ତ୍ରୀ

କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ମାସ୍କ ଅପରିହାର୍ଯ୍ୟ ହୋଇଥିବାବେଳେ ଏହି ନିୟମ ଉଲ୍ଲଂଘନ କରିଛନ୍ତି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ୍‌ ଚାନ୍‌-ଓ-ଚା। ଏଥିପାଇଁ ଦଣ୍ଡ ସ୍ବରୂପ ତାଙ୍କୁ ୬ ହଜାର ବହଟ୍‌ ବା ପ୍ରାୟ ୧୪ ହଜାର ଟଙ୍କା ଜରିମାନା ହୋଇଛି। ପ୍ରୟୁତ ବିନା ମାସ୍କରେ ଏକ ବୈଠକରେ ଯୋଗ ଦେଇଥିଲେ। ଏହାର ଫଟୋ ସୋମବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବ୍ୟାଙ୍କକକ୍‌ ଗର୍ଭନର ଅଶ୍ୱିନ କ୍ୱାନମୋଙ୍ଗ୍‌ ଘଟଣା ଜାଣିବା ପରେ ପ୍ରଧାନମନ୍ତ୍ରୀଙ୍କ ନାମରେ ମାମଲା କରିବା ସହ ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ପ୍ରୟୁତ୍‌ ଜରିମାନା ଦେବାକୁ ରାଜି ହୋଇଥିବା ଗଭର୍ନର ତାଙ୍କ ଫେସ୍‌ବୁକ ପୋଷ୍ଟରେ ଜଣାଇଛନ୍ତି।

Share