Categories: ଜାତୀୟ

ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୧ : ସୋମବାର ଜାନୁୟାରୀ ୩୦ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୫ ତମ ପୁଣ୍ୟ ତିଥିରେ ରାଜଘାଟରେ ବାପୁଙ୍କ ସମାଧିସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଜାତିରପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ବାପୁଙ୍କ ମୃତ୍ୟୁ ବାର୍ଷିକୀରେ ଟୁଇଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବାପୁଙ୍କ ଚିନ୍ତାଧାରା ଏବଂ ବଳିଦାନକୁ ଦେଶ ମନେ ରଖିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, “ମୁଁ ବାପୁଙ୍କୁ ତାଙ୍କ ମୃତ୍ୟୁ ବାର୍ଷିକୀରେ ପ୍ରଣାମ କରୁଛି ଏବଂ ତାଙ୍କର ଗଭୀର ଚିନ୍ତାଧାରାକୁ ମନେ ରଖିଛି। ମୁଁ ଦେଶର ସେବାରେ ଜୀବନ ଦେଇଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବାପୁଙ୍କ ବଳିଦାନ ସବୁବେଳେ ଦେଶବାସୀ ମନେ ରଖିବେ। ଏହା ଭାରତବାଦୀଙ୍କୁ ସର୍ବଦା ପ୍ରେରଣା ପ୍ରଦାନ କରୁଥିବ।

 

Share