ନୂଆଦିଲ୍ଲୀ,୩୧।୮: ଆଜି ପବିତ୍ର ଗଣେଶ ଚତୁର୍ଥୀ। ଦୁଇ ବର୍ଷ କରୋନା କଟକଣା ପରେ ଭକ୍ତଙ୍କ ଗହଣରେ ଆଜି ପ୍ରଭୁ ଶ୍ରୀ ଗଣେଶ ପୂଜା ପାଉଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଟୁଇଟ୍ କରି ରାଷ୍ଟ୍ରପତି କହିଛନ୍ତି, ‘ଗଣେଶ ଚତୁର୍ଥୀରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା। ବିଘ୍ନହର୍ତ୍ତା, ମଙ୍ଗଳମୂର୍ତ୍ତୀ ଭଗବାନ ଗଣେଶ ଜ୍ଞାନ, ସିଦ୍ଧି ଏବଂ ସୌଭାଗ୍ୟର ପ୍ରତୀକ। ଶ୍ରୀଗଣେଶଙ୍କ ଆର୍ଶୀବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ ମୋର କାମନା।’ ସେହିପରି ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ‘ ଭଗବାନ ଶ୍ରୀଗଣେଶ ସସସ୍ତଙ୍କ ଜୀବନକୁ ସୁଖ ସମୃଦ୍ଧିରେ ଭରି ଦିଅନ୍ତୁ ଏତିକି କାମନା । ଗଣପତି ବାପା ମୋରିଆ।’
यतो बुद्धिरज्ञाननाशो मुमुक्षोः, यतः सम्पदो भक्तसन्तोषिकाः स्युः।
यतो विघ्ननाशो यतः कार्यसिद्धिः, सदा तं गणेशं नमामो भजामः।।
गणेश चतुर्थी की ढेरों शुभकामनाएं। गणपति बाप्पा मोरया!
Best wishes on Ganesh Chaturthi. May the blessings of Bhagwan Shri Ganesh always remain upon us. pic.twitter.com/crUwqL6VdH
— Narendra Modi (@narendramodi) August 31, 2022