କରୋନା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୯।୧ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। ଏହା ସହିତ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତିି। ପ୍ରଧାନମନ୍ତ୍ରୀ ରବିବାର ଅଧିକାରୀଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରି ଦେଶର କରୋନା ମହାମାରୀ ସମ୍ପର୍କରେ ଭର୍ଚୁଆଲ୍‌ ମାଧ୍ୟମରେ ଆଲୋଚନା କରିଛନ୍ତି।

ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, କ୍ୟାବିନେଟ୍‌ ସଚିବ ରାଜୀବ ଗାବା, ଗୃହସଚିବ ଅଜୟ ଭଲ୍ଲା, ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ, ଆଇସିଏମ୍‌ଆର ମହାନିର୍ଦ୍ଦେଶକ ସମେତ ଅନ୍ୟ ଉଚ୍ଚ ଅଧିକାରୀ ଯୋଗ ଦେଇଥିଲେ।
ଏହାପୂର୍ବରୁ ୨୪ ଡିସେମ୍ବର ୨୦୨୧ରେ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଥିଲେ।

Share