ବାଲିରେ ଓଡ଼ିଶାର ବାଲିଯାତ୍ରା ସମ୍ପର୍କରେ କହିଲେ ପ୍ରଧାନମନ୍ତ୍ରୀ…

ବାଲି,୧୫।୧୧ : ଇଣ୍ଡୋନେସିଆର ବାଲିରେ ଜି -୨୦ଶିଖର ସମ୍ମିଳନୀ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ବାଲି ସହ ଭାରତର ଶହଶହ ବର୍ଷର ସମ୍ପର୍କ ଅଛି। ଇଣ୍ଡୋନେସିଆ ଏହି ପରମ୍ପରାକୁ ଜୀବନ୍ତ ରଖିଛି। ବାଲିରେ ଏକ ଭିନ୍ନ ପ୍ରକାରର ପରିବେଶ ଅଛି ଏବଂ ଏହି ବାତାବରଣ ଆମକୁ ଏକ ଭିନ୍ନ ପ୍ରକାରର ଶକ୍ତି ଦେଇଥାଏ। ଆଜି ଆମେ ବାଲିର ପରମ୍ପରାର ଗୀତ ଗାଉଛୁ। ଭାରତ ଏବଂ ଇଣ୍ଡୋନେସିଆ ସୁଖ ଏବଂ ଦୁଃଖର ସାଥୀ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତ ବିଶ୍ୱକୁ ଓ୍ବାନ ସନ ୱାନ ୱାଲର୍‌ଡ ୱାନ ଗ୍ରୀଡ ମନ୍ତ୍ର ଦେଇଛି।

ସେ କହିଛନ୍ତି ଯେ ମହାନଦୀ କୂଳରେ ଭାରତର ଓଡ଼ିଶାର କଟକ ସହରରେ ବାଲିଯାତ୍ରା ଚାଲିଛି। ଏହି ବାଲିଯାତ୍ରା ବାଲି ସହରଠାରୁ ୧୫୦୦ରୁ କିମି ଦୂରରେ ଥିବା ଓଡିଶାରେ ଚାଲିଛି। ଓଡ଼ିଶାର ଲୋକଙ୍କ ମନ ବାଲିରେ ଅଛି। ଇଣ୍ଡୋନେସିଆ ସହିତ ଏକ ତରଙ୍ଗ ଭଳି ଆମର ସମ୍ପର୍କ ଅଛି ।

ସମୁଦ୍ରର ତରଙ୍ଗ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଜୀବନ୍ତ ରଖିଛି। ଭାରତୀୟମାନେ ଏଠାରେ ବିକାଶରେ ସହ-ଯାତ୍ରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share