Categories: ଜାତୀୟ

ଇଡି ଚଢ଼ାଇ ମାଧ୍ୟମରେ ୨୦୨୪ ନିର୍ବାଚନର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ-ଶାହା : ଆରଜେଡି…

ନୂଆଦିଲ୍ଲୀ,୪।୧୦ : ବୁଧବାର ଏଏପି ରାଜ୍ୟସଭା ଏମପି ସଞ୍ଜୟ ସିଂଙ୍କ ବାସଭବନରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଚଢ଼଼ାଉ କରିଥିଲା। ଏନେଇ ଇଣ୍ଡିଆ ମେଣ୍ଟ ନେତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବିରୋଧୀଦଳର ନେତାମାନେ ଇଡି ଚଢ଼ାଉକୁ ପ୍ରତିଶୋଧର ରାଜନୀତି ବୋଲି କହିଛନ୍ତି। ଆରଜେଡି ଏମପି ମନୋଜ ଝା କହିଛନ୍ତି ଏଥିରେ ଆଶ୍ଚର୍ଯ୍ୟଜନକ କିଛି ନାହିଁ। ବର୍ତ୍ତମାନ ଏହିପରି ଚଢ଼ାଉର କ୍ରମ ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ।

ଏହି ଚଢ଼଼ାଉ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୨୦୨୪ ନିର୍ବାଚନର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ମଙ୍ଗଳବାର କିଛି ଖବରଦାତାଙ୍କ ଘରେ ଚଢ଼ାଉ କରାଯାଇଥିଲା, ବର୍ତ୍ତମାନ ଏଏପି ଏମପି ସଞ୍ଜୟ ସିଂଙ୍କ ବାସଭବନରେ ଚଢ଼ାଉ କରାଯାଇଛି।

ଅନୁସନ୍ଧାନକାରୀ ଏଜେନ୍ସିର ଚଢ଼଼ାଉରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ପ୍ରଧାନମନ୍ତ୍ରୀ ଯେ କୌଣସି ଦେଶର ‘ପିତା ଚରିିତ୍ର’ ପରି। ନିର୍ବାଚନ ପରେ ଯଦି କୌଣସି ଅନ୍ୟ ସରକାର ଗଠନ ହୁଏ, ତେବେ ଏହାକୁ ସମର୍ଥନ କରିବା ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ମିଳିତ ଭାବେ କାର୍ଯ୍ୟ କରିବା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ଅଟେ। ସମ୍ପ୍ରତି ‘ପିତା ଚରିତ୍ର’ର ଭୂମିକା ସଠିକ ଭାବରେ ନିର୍ବାହ ହେଉନାହିଁ।

ବିରୋଧୀ ଅଭିଯୋଗ କରିଛନ୍ତି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଟାର୍ଗେଟରେ ଅଣ-ଭାଜପା ନେତାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କେବଳ କିଛି ରାଜ୍ୟ ନେତା ନୁହଁନ୍ତି ସୋନିଆ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ, ଲାଲୁ ପ୍ରସାଦ ଯାଦବ, ମାୟାବତୀ, ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଡିଆ, ମମତା ବାନାର୍ଜୀ, ଶରଦ ପାୱାର ଏବଂ କେ କବିତାଙ୍କ ପରି ଅନେକ ବିରୋଧୀଦଳ ନେତା ମଧ୍ୟ ଅନୁସନ୍ଧାନକାରୀ ଏଜେନ୍ସିର ସ୍କାନରରେ ଆସିଛନ୍ତି।

ବର୍ତ୍ତମାନ ବହୁ ବିରୋଧୀଦଳ ନେତା ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ସ୍କାନରର ଅତି ନିକଟତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଏ ଫାଶରେ ପଡ଼ିବ ଏବଂ କିଏ ବଞ୍ଚିବ ତାହା କୁହାଯାଇପାରିବ ନାହିଁ। ଅନୁସନ୍ଧାନକାରୀ ସଂସ୍ଥା କାହାକୁ ସମ୍ପୂର୍ଣ୍ଣ କ୍ଲିନ ଚିଟ ଦେଇନାହାଁନ୍ତି। ଯେକୌଣସି ବ୍ୟକ୍ତି ପଚରାଉଚରା ପାଇଁ ସମନ ପାଇବାର ଆଶଙ୍କା ରହିଛି। ଅନେକ ନେତା ପୂର୍ବରୁ ଜେଲରେ ଅଛନ୍ତି।

Share