Categories: ଜାତୀୟ

ରାସ୍ତାରେ ଗୀତ ବୋଲୁଥିବା ଯୁବକଙ୍କ ଭିଡ଼ିଓ ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରରେ ଶେୟାର କରିଥିବା ଏକ ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ରାସ୍ତାରେ ଗୀତ ବୋଲୁଥିବା ଦୁଇଜଣ ଯୁବକଙ୍କ ଭିଡ଼ିଓ ପ୍ରଧାନମନ୍ତ୍ରୀ ଶେୟାର କରି ସେମାନଙ୍କ ପ୍ରତିଭାକୁ ବେଶ୍‌ ତାରିଫ୍‌ କରିଛନ୍ତି। ସେ କହିଛନ୍ତି ଯେ, ଏହି ଗୀତ ସଭିଙ୍କୁ ଭାବୁକ କରିଦେବ। ସେମାନେ ମହାଦେବ ଶିବ ଶଙ୍କ ରାମ୍ଭୁ ଗୀତ ବୋଲୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ୨ ମିନିଟ୍‌ ୨୦ ସେକେଣ୍ଡର ଏହି ଭିଡ଼ିଓ ଇତିମଧ୍ୟରେ ୯ ଲକ୍ଷ ୬୦ ହଜାର ଥର ଦେଖା ସରିଛି। ସେମାନଙ୍କ ମଧ୍ୟରୁ ଜଣେ ଡାଫଲି ବଜାଉଥିବାବେଳେ ଅନ୍ୟ ଜଣେ ରାବନହଥା ବାଦନ କରୁଛନ୍ତି।

Share