ଓଡ଼ିଶାରେ ଭାଜପାର ବିଜୟ ପରେ ପ୍ରଧାନମନ୍ତ୍ରୀ କଲେ ଟୁଇଟ୍‌, ଲେଖିଲେ ଲୋକଙ୍କ ସ୍ବପ୍ନ ପୂରଣ ପାଇଁ…

ନୂଆଦିଲ୍ଲୀ,୫।୬: ଓଡ଼ିଶାରେ ଭାଜପା ୨୧ ଲୋକ ସଭା ଆସନରୁ ୨୦ଟି ଆସନ ପାଇଥିବା ବେଳେ ବିଧାନସଭାରେ ୧୪୭ ଆସନ ମଧ୍ୟରୁ ଏକାକୀ ୭୮ ଆସନ ପାଇ ବହୁମତ ହାସଲ କରିଛି। ଯାହା ପରେ ଭାଜପା ପରିସରରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ତେବେ ଓଡ଼ିଶାରେ ଭାଜପାର ବଡ଼ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଲେଖିଛନ୍ତି, ଓଡ଼ିଶାକୁ ପ୍ରଗତି ପଥରେ ଆଗେଇ ନେବାକୁ ପୂରା ପ୍ରୟାସ ରହିବ। ଆମ କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମ ପାଇଁ ଆମେ ଗର୍ବିତ। ଲୋକଙ୍କ ସ୍ବପ୍ନ ପୂରଣ ପାଇଁ ଭାଜପା ସୁଯୋଗ ହାତଛଡ଼ା କରିବନି।

Share