Categories: ଜାତୀୟ

ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ, ବିହାର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ମିଳିଛି। ବୁଧବାର ଦିଲ୍ଲୀ ପୋଲିସର ବାହ୍ୟ ଜିଲା ପିସିଆରକୁ ଏକ ଧମକପୂର୍ଣ୍ଣ ଫୋନ ଆସିଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି।

ଆଜି ସକାଳେ ଜଣେ ବ୍ୟକ୍ତି ଦିଲ୍ଲୀ ପୋଲିସର ବାହ୍ୟ ଜିଲା ପିସିଆରକୁ କଲ କରି ବିହାର ସିଏମଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। କିଛି ସମୟ ପରେ ଦ୍ୱିତୀୟ କଲରେ ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ମଧ୍ୟ ମୃତ୍ୟୁ ଧମକ ଦେଇଥିଲେ।

ଦିଲ୍ଲୀ ପୋଲିସର ସୂଚନାନୁସାରେ ଯୁବକଙ୍କ ନାମ ସଞ୍ଜୟ ବର୍ମା। ପରିବାର ସଦସ୍ୟ କହିଛନ୍ତି ଯେ, ସେ ନିଶା ସେବନ କରନ୍ତି। ସଞ୍ଜୟ ବର୍ମା ଦିଲ୍ଲୀର ମାଦିପୁର ଅଞ୍ଚଳର ବାସିନ୍ଦା। ସଞ୍ଜୟଙ୍କୁ ଧରିବା ପାଇଁ ଏକ ପୋଲିସ ଟିମ ଗଠନ କରି ଖୋଜୁଛି।

Share