ବର୍ଷେ ପରେ ବଦଳିବେ ପ୍ରଧାନମନ୍ତ୍ରୀ, ବିଦେଶମନ୍ତ୍ରୀ ଧରିବେ ଡୋର…

ଟୋକିଓ,୨୯।୯: ବର୍ଷେ ପରେ ପୁଣି ଜାପାନରେ ପ୍ରଧାନମନ୍ତ୍ରୀ ବଦଳିବାକୁ ଯାଉଛନ୍ତି। ବିଦାୟୀ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କ ବଦଳରେ ଏବେ ଫୁମିଓ କିଶିଦା ଦାୟିତ୍ୱ ସମ୍ଭାଳିବେ। ୬୪ ବର୍ଷ ବୟସ୍କ କିଶିଦା ଏହା ପୂର୍ବରୁ ବିଦେଶମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଶାସକ ଦଳର ନୂଆ ନେତା ନିର୍ବାଚନରେ କିଶିଦାଙ୍କୁ ପ୍ରତି ସମସ୍ତ ସଦସ୍ୟ ସମର୍ଥନ କରିଛନ୍ତି।

ବିଦାୟୀ ପ୍ରଧାନମନ୍ତ୍ରୀ ୟୋଶିହିଦେ ଗତ ସେପ୍ଟେମ୍ବରରେ ଦାୟିତ୍ୱ ସମ୍ଭାଳିବାର ମାତ୍ର ଏକ ବର୍ଷ ପରେ ପଦ ଛାଡୁଥିବାରୁ ଶାସକ ଦଳ ପକ୍ଷରୁ ନୂଆ ନେତା ଚୟନ କରାଯାଇଛି। ନୂଆ ପ୍ରଧାନମନ୍ତ୍ରୀ ଦୌଡ଼ରେ ୪ ଜଣ ଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ସାମିଲ ଥିଲେ।

ସାନେ ତାକାଇଚି ଏବଂ ସିକୋ ନୋଡ଼ା ମହିଳା ପ୍ରାର୍ଥୀ ଭାବେ ଶାସକ ରିବେରାଲ ଡେମୋକ୍ରାଟିକ୍‌ ପାର୍ଟିର ନେତା ପାଇଁ ନିଜ ନିଜର ଦାବି ଉପସ୍ଥାପନା କରିଥିଲେ।

ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ କିଶିଦା ସୋମବାର ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

Share